ବୁଧବାର ସାମାଜିକ ସୁରକ୍ଷା ବିଭାଗ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କଲମପୁର ସମିତି ସଭାଗୃହ ଠାରେ ଜନ୍ମ ରୁ ୬ ବର୍ଷ ମଧ୍ୟରେ ଥିବା ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ନେଇ ଏକ ତାଲିମ୍ ଶିବିର ଅନୁଷ୍ଠିତ ହେଇଯାଇଛି। ମହିଳା ଓ ଶିଶୁ ବିକାଶ ଅଧିକାରୀ ନିର୍ବାସିନୀ ଦେଈଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ତାଲିମ୍ ଶିବିର କୁ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି ଉଦ୍ଘାଟନ କରିଥିଲେ। ଅଙ୍ଗନୱାଡି କର୍ମୀମାନେ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ।