ଗତକାଲି ଜୟପାଟଣା ପୁଲିସ ଥାନା ଅଧିନସ୍ଥ ପତିଗୁଡା ଗାଁର ଜନୈକା ବିବାହିତ ମହିଳା ନିଜ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ସେ ଶାଶୁ ଏବଂ ଦେଢ଼ ଶାଶୁଙ୍କ ନିର୍ଯ୍ୟାତନା ସହିନପାରି ଏଭଳି ପଦକ୍ଷେପ ନେଇଥିବା ନେଇ ମହିଳାଙ୍କ ବାପା ଘର ଲୋକ ଜୟପାଟଣା ପୁଲିସ ଥାନାରେ ଅଭିଯୋଗ କରିଥିଲେ। ଏ ଅଭିଯୋଗକୁ ଭିତ୍ତି କରି ଜୟପାଟଣା ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରି ଶବ ଜବତ୍ କରିଥିଲେ। ଗତକାଲି ସଂଧ୍ୟା ହେଇ ଯାଇଥିବାରୁ ଆଜି ବୁଧବାର ଶଵ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ଅପରାହ୍ନରେ ହସ୍ତାନ୍ତର କରିଥିଲେ।