ଜରଙ୍ଗଲୋଇ ଗ୍ରାମ ପଞ୍ଚାୟତର ସରପଞ୍ଚ ଆସନରେ ପୁଣି ବସିଲେ ମେନକା କାଲୋ। ମାନ୍ୟବର ହାଇକୋର୍ଟ ଙ୍କର ଆଦେଶ ମୁତାବକ ଜିଲ୍ଲାପାଳ ପୁଣି ମେନକା କାଲୋ ଙ୍କୁ ବିଧିବଦ୍ଧ ଭାବେ ଜରଙ୍ଗଲୋଇ ସରପଞ୍ଚ ସିଟରେ ବସାଇବାକୁ ପ୍ରକିୟା ଆରମ୍ଭ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ ଜରଙ୍ଗଲୋଇ ଗ୍ରାମ ପଞ୍ଚାୟତର ୱାର୍ଡ଼ ସଭ୍ୟ ମାନେ ସରପଞ୍ଚ ମେନକା କାଲୋ ଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଅନାସ୍ଥା ପ୍ରସ୍ତାବ ପରେ ଏହି ଘଟଣା ହାଇକୋର୍ଟରେ ବିଚାରାଧୀନ ରହିଥିଲା ଓ ହାଇକୋର୍ଟର ନିର୍ଦ୍ଦେଶରେ କିଛି ମାସ ପାଇଁ ନାଏବ ସରପଞ୍ଚ ବିରେନ୍ଦ୍ର ବାର୍ଲା ସରପଞ୍ଚ ଦାୟିତ୍ୱରେ ରହିଥିଲେ।