ମିଳିଥିବା ସୂଚନା ଅନୁସାରେ ଅନୁଗୋଳ ବ୍ଲକ ଆଦିଆଘାଇ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭୋଇ ନାମକ ଜଣେ ବ୍ୟକ୍ତି ପ୍ରଦୀପ ଭୋଇଙ୍କୁ ଘରୁ ଫୋନ୍ କରି ଡାକିଥିଲେ। ଯାହା ଫଳରେ ପ୍ରଦୀପ ଏକ ବାଇକ୍ ଯୋଗେ ଆସିଥିଲେ। ପୂର୍ଣ୍ଣଚନ୍ଦ୍ର ଧରିଥିବା ଗଛକଟା କଟୁରିରେ ପ୍ରଦୀପଙ୍କ ହାତ, ମୁଣ୍ଡ ଓ ପିଠିରେ ହାଣି ଦେଇଥିଲେ। ଯାହା ଫଳରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପ୍ରଥମେ ବନ୍ତଳା ମେଡିକାଲ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏନେଇ ପ୍ରଦୀପଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗକୁ ଭିତ୍ତି କରି ବନ୍ତଳା ପୋଲିସ ବୁଧବାର ସଂଧ୍ୟା ସାତଟା ବେଳେ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କୁ ଗିରଫ