ଲାଞ୍ଜିଗଡ: ରାସ୍ତା ପାଇଁ ରାସ୍ତାରୋକ ଚେତାବନୀ କଳାହାଣ୍ଡି ଏସପି କାର୍ଯ୍ୟାଳୟର ଦ୍ୱାରସ୍ତ ହେଲେ ପୋଖରୀବନ୍ଧ ପଞ୍ଚାୟତବାସୀ
ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତର ୧୭ଗୋଟି ଗାଁର ଲୋକେ। ରାସ୍ତା ଖଣ୍ଡିକ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତଳୁ ଉପର ଯାଏଁ ସମସ୍ତଙ୍କୁ ଗୁହାରି କରି ଥକିଗଲେଣି। କେହି ଶୁଣୁନାହାନ୍ତି। ଶେଷରେ ଅନ୍ୟ ଉପାୟ ନପାଇଁ ନେଇଛନ୍ତି ଚରମ ନିଷ୍ପତ୍ତି। ରାସ୍ତା ପାଇଁ ଆସନ୍ତା ୨୨ ତାରିଖ ଦିନ କରିବେ ରାସ୍ତାରୋକ। ଏଥିପାଇଁ ଗାଁ ଗାଁରେ ଚାଲିଛି ଜୋରଦାର ପ୍ରସ୍ତୁତି। ଏନେଇ ଲାଞ୍ଜିଗଡ଼ ତହସିଲଦାରଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିବାବେଳେ ଲାଞ୍ଜିଗଡ଼ ବିଡିଓ, ବିଶ୍ୱନାଥପୁର ଥାନାଧିକାରୀଙ୍କୁ. ମଧ୍ୟ ଜଣାଇ ଦିଆଯାଇଛି।