ଦୁଇ ଦିନିଆ ବରଗଡ଼ ଜିଲ୍ଲା ଗସ୍ତରେ ରାଜ୍ୟ ଖାଦ୍ୟ କମିଶନର | ବିଭିନ୍ନ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର କଲେ ପରିଦର୍ଶନ | ଶୁକ୍ରବାର ଅପରାହ୍ନ 2 ଘଣ୍ଟା ସମୟରେ ପାଇକମାଳ ଏବଂ ଝାରବନ୍ଧ ବ୍ଲକ୍ ର ବିଭିନ୍ନ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି କ୍ରମରେ ସେ ପ୍ରଥମେ ପାଇକମାଳ ବ୍ଲକ୍ ପଳସଦା ପଞ୍ଚାୟତ ଗୁଏବାହାଲି ଗ୍ରାମର ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ୟୁନିଟ୍ ଛତୁଆ-ତିଆରି କେନ୍ଦ୍ର ପରିଦର୍ଶନ ଏବଂ ପରବର୍ତ୍ତୀ ସମୟରେ ଡୁଙ୍ଗୁରିପାଲିର ଡୁଙ୍ଗୁରିପାଲି ୟୁପିଏସ୍ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରକରିଥିଲେ l