ଲମ୍ବସରୀରେ ମାଁ ଚକରାପଥର ଦେବୀ ଙ୍କ ବଳି ଯାତ୍ରା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବଶରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସେଲାମାଲ ଠାରେ ଆରିମୂଳ ପ୍ରଗଣାର ମା ଚକରାପଥର ଦେବୀ ଙ୍କ ଆଜି ବଳି ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି | ଆଦିବାସୀ ସଂପ୍ରଦାୟର ଏହି ପୂଜାରେ ଅଞ୍ଚଳର ଶତାଧିକ ଆଦିବାସୀ ଲୋକ ନିଜର ପାରମ୍ପରିକ ଅସ୍ତଶସ୍ତ୍ର ସହ ସାମିଲ ହୋଇଥିଲେ | ଆଜି ସେଲାମାଲ୍ ପୀଠରେ ଆଦିବାସୀଙ୍କ ପାରମ୍ପରିକ ଢୋଲ ବାଦ୍ୟ ସହ ରୀତିନୀତି ରେ ପୂଜାର୍ଚ୍ଚନା କରାଯାଇଥିଲା | ମାଁ ଚକରା ପଥର ଦେବୀଙ୍କ ଏକ ବିରାଟ ଶୋଭାଯାତ୍ରା ରେ ଶତାଧିକ ଆଦିବାସୀ ଶେଲାମାଲ୍ ପୀଠରୁ ବାହାରି ବିଭିନ