ଆସନ୍ତା ୩ ଦିନ ପାଇଁ ବାମରା ଦେଇ ଯାଉଥିବା ଝାରସୁଗୁଡା ହାଟିଆ ମେମୁ ଏକ୍ସପ୍ରେସ ଟ୍ରେନ ବାତିଲ ରହିବ। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ରାଞ୍ଚି ରେଳ ଡିଭିଜନ ରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଯୋଗୁଁ ଆସନ୍ତା ମାର୍ଚ୍ଚ ୬ ୭ ଓ ୮ ତାରିଖ ଦିନ ବାମରା ଦେଇ ଯାଉଥିବା ଝାରସୁଗୁଡା ହାଟିଆ ମେମୁ ଏକ୍ସପ୍ରେସ ଟ୍ରେନ ଉଭୟ ଅପ ଓ ଡାଉନ୍ ପଟରୁ ବାତିଲ ରହିବ। ଏନେଇ ମଙ୍ଗଳବାର ସନ୍ଧ୍ୟା ସାତଟାରେ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।