ଖରିଆର: ସାର ପାଇଁ ଚିନ୍ତାରେ ଚାଷୀ, ଡୁଆଝର ସମବାୟ ସମିତିକୁ ଆସି ସାର ନପାଇ କ୍ଷୋଭ ପ୍ରକାଶ କରିଛନ୍ତି ଢ଼ଙ୍କସର ଗ୍ରାମର ଚାଷୀ ଅଶୋକ କୁମାର ବିଶି
ନୂଆପଡ଼ା ଜିଲ୍ଲାରେ ସାର ସମସ୍ୟାର ସମାଧାନ କରିପାରୁନି ପ୍ରଶାସନ। ସାର ପାଇଁ ଚାଷୀଙ୍କ ନାହିନଥିବା ଦୂର୍ଦର୍ଶା। ଖଡ଼ିଆଳ ବ୍ଲକର ଡୁଆଝର ସମବାୟ ସମିତିକୁ ଆସି ଚାଷୀ ସାର ନପାଇ ନିରାଶରେ ଫେରି ଯାଉଛନ୍ତି। ଆଜି ଢ଼ଙ୍କସର ଗ୍ରାମର ଶତାଧିକ ଚାଷୀ ଆସି ସାର ନପାଇ ନିରାଶରେ ଫେରିଯାଇଛନ୍ତି। ଏନେଇ ଡୁଆଝର ସମବାୟ ସମିତି ଠାରେ ୧୨ ଟା ସମୟରେ ପ୍ରତିକ୍ରିୟା ରଖି କ୍ଷୋଭ ପ୍ରକାଶ କରିଛନ୍ତି ଚାଷୀ ଅଶୋକ କୁମାର ବିଶି।