ବାସୁଦେବପୁର: ବାସୁଦେବପୁର ଥାନାର ଦ୍ୱାରସ୍ଥ ହେଲେ ବିନାୟକପୁର ଗାଁର ଯୁବକ, ୮ବର୍ଷ ହେଲା ଅଭିଯୋଗ ପରେ ମଧ୍ୟ ନ୍ୟାୟ ମିଳୁନଥିବା ଅଭିଯୋଗ
ଶୁକ୍ରବାର ନ୍ୟାୟ ପାଇଁ ବାସୁଦେବପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିନାୟକପୁର ଗାଁର ଯୁବକ ରତିକାନ୍ତ ମଲିକ । ଦୀର୍ଘ ୮ ବର୍ଷ ହେଲା ସେ ନ୍ୟାୟ ଆଶାରେ ଏମିତି ଥାନାକୁ ଦୌଡ଼ୁଥିବା ଅଭିଯୋଗ କରିଛନ୍ତି । ରତିକାନ୍ତ ପଥରଆଡ଼ି ଅଞ୍ଚଳରୁ ଏକ ଟ୍ରକ କିଣିଥିବା ବେଳେ ପରବର୍ତ୍ତୀ ସମୟରେ ଉକ୍ତ ଟ୍ରକ ମାଲିକ ମିଥ୍ୟା ଚୋରି କେସରେ ଫସାଇ ଗାଡ଼ି ନେଇଯାଇଥିଲେ । ତେବେ ଥାନାରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଶେଷରେ ଅନଶନ ପାଇଁ ଚେତାବନୀ ଦେଇଛନ୍ତି ରତିକାନ୍ତ ମଳିକ ।