ଜିଲା ଆଦିବାସୀ କଲ୍ୟାଣ ସଂଘ, ଦୁର୍ଗାପାଲି ସଂଘ କାର୍ଯ୍ୟାଳୟ ଠାରେ ତ୍ରେୟ ବାର୍ଷିକ ସାଧାରଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନକଲି ଆଦିବାସୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଥିଲା । ଏହାସହ ଆଦିବାସୀ ମାନଙ୍କ ଶିକ୍ଷା ସ୍ବାସ୍ତ୍ୟ ଏବଂ ଅଧିକାରର ସୁରକ୍ଷା ନେଇ ଆଳୋଚନା କରାଯାଇଥିଲା । ବିଶେଷକରି ଆଦିବାସୀ ମାନଙ୍କ ଜମିକୁ ଜମି ମାଫିଆ ମାନେ ବିଭିନ୍ନ ବ୍ୟବସ୍ଥାରେ ହଡପ କରି ନେଉଥିବା ବେଲେ ସଂଘ ସେମାନଙ୍କର ସୁରକ୍ଷା ପାଇଁ ତତ୍ପର କରିବାକୁ ଆହ୍ବାନ କରାଯାଇଥିଲା । ବୈଠକରେ ସମ୍ବଲପୁର ଜିଲାର ୯ ଟି ବ୍ଲକର ପ୍ରତିନିଧି ମାନେ ସାମିଲ ହ