ଦୀପାବଳି ଦିନରୁ ଆରମ୍ଭ ହୋଇଛି ଦେବଗଡ ଜିଲ୍ଲାର ପ୍ରସିଦ୍ଧ ବାରକୋଟ କାଳୀପୂଜା ମହୋତ୍ସବ । ଗୁରୁବାର ବେଶ ଧୂମଧାମ ସହ ପାଳିତ ହୋଇଛି । ସକାଳୁ ସୂର୍ଯ୍ୟପୂଜା, ମା’ଙ୍କର ଷୋଡଶ ଉପଚାର ପୂଜାର୍ଚ୍ଚନା ସହିତ ସପ୍ତସତୀ ଚଣ୍ଡୀପଠନ, ହୋମଯଜ୍ଞ ଏବଂ ପୁରୋହୀତଙ୍କର ମନ୍ତ୍ର ପାଠରେ ପ୍ରକମ୍ପିତ ହୋଇଥିଲା ପୂଜା ମଣ୍ଡପ । ଆକର୍ଷଣୀୟ ସୁଉଚ୍ଚ ତୋରଣ ସହିତ ଆଲୋକ ମାଳାରେ ଝଳସୁଛି ପୁରା ପୂଜା ମଣ୍ଡପ । ସନ୍ଧ୍ୟାରେ ମା’ଙ୍କର ଆଳତୀ ଏବଂ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ ଜମିଥିଲା ।