କଟକ ପୌରାଞ୍ଚଳ: ବାଲିକୁଦା ସ୍ଥିତ ଘରୋଇ ହସ୍ପିଟାଲ କ୍ୱାର୍ଟରରୁ ପାଣି ପାଇପ ସହ ମୋବାଇଲ ଚୋରି ମାମଲା, ଜଣେ ଗିରଫ
କଟକ ସଦର ଥାନା ଅନ୍ତର୍ଗତ ବାଲିକୁଦା ସ୍ଥିତ ଏକ ଘରୋଇ ହସ୍ପିଟାଲର କ୍ୱାର୍ଟରରୁ ପାଣି ପାଇପ ସହ ମୋବାଇଲ ଫୋନ ଚୋରି କରିବା ମାମଲାରେ ଜଣକୁ ଗିରଫ କରିଛି କଟକ ସଦର ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ଭବାନୀ ଶଙ୍କର ବେହେରା। ଏ ନେଇ ରବିବାର ରାତି ୯ ଟା ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ଅଭିଯୁକ୍ତକୁ ଆଜି ସନ୍ଧ୍ୟା ୭ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। କିଛି ଦିନ ପୂର୍ବରୁ ଏହି ଚୋରି ଘଟଣା ଘଟିଥିଲା।