ଅପରାଧୀ ଙ୍କୁ ଏବେ ନିସ୍ତାର ନାହିଁ। ଅପରାଧ କରି ଆଉ ଖସି ଯାଇ ପାରିବେ ନାହିଁ। ସହର ଉପରେ ନଜର ରଖିବ ୮୭୦ ଟି ସିସିଟିଭି କ୍ୟାମେରା। ପୋଲିସ ସହର ମଧ୍ୟରେ ୨୨୦ ଟି ସିସିଟିଭି କ୍ୟାମେରା ଲଗାଇ ଥିବା ବେଳେ ପବ୍ଲିକ୍ ଙ୍କ ପକ୍ଷରୁ ୬୫୦ କ୍ୟାମେରା କୁ କଣ୍ଟ୍ରୋଲ ରୁମ୍ କୁ ଆସେସ୍ ଦିଆ ଯାଇଛି। ଗୁରୁବାର ପୂର୍ବାହ୍ନରେ ରାଉରକେଲା ପୋଲିସ ମୁଖ୍ୟାଳୟରେ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରଲ୍ ରୁମ୍ କୁ ଉଦ୍ଘାଟନ କଲେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଏବଂ ରାଉରକେଲା ଏସ ପି ନୀତେଶ ୱାଧୱାନି।