ଚାନ୍ଦବାଲି: ଚାନ୍ଦବାଲି ବ୍ଲକ ମତୋରେ ପୌତୃକ ସମ୍ପତ୍ତିକୁ ଶିକ୍ଷକତା କରୁଥିବା ବଡ଼ ପୁଅର ହଡ଼ପ ଅଭିଯୋଗ, ନ୍ୟାୟପାଇଁ ବୃଦ୍ଧାମା ଥାନାରେ ଅଭିଯୋଗ ପରେ ଧାରଣା
ଚାନ୍ଦବାଲି ବ୍ଲକ ମତୋ ପଂଚାୟତର ନିବାସୀ ବିଦ୍ୟାଧର ନାୟକଙ୍କ ସ୍ତ୍ରୀ ବୃଦ୍ଧା ରେବତୀ ନାୟକ ସୋମବାର ପୂର୍ବାହ୍ନରେ ତାଙ୍କ ବଡ଼ ପୁଅଙ୍କ ବିରୁଦ୍ଧରେ ଜମି ହଡପର ଚଞ୍ଚକତା ନେଇ ଚାନ୍ଦବାଲି ଥାନାରେ ଅଭିଯୋଗ କରିବା ସହ ପୁଅ ଚାକିରି କରିଥିବା ସ୍କୁଲ ଆଗରେ ଢହ ଢହ ଖରାରେ ଧାରଣା ଦେଇଥିଲେ l ସ୍ଥାନୀୟ ବାସୀ ବୃଦ୍ଧାଙ୍କୁ ବୁଝା ସୁଝା କରିବା ପରେ ବୃଦ୍ଧା ଜଣକ ସ୍କୁଲ ଆଗରୁ ଫେରିଥିଲେ l