ବିଧାୟକ ଓ ମନ୍ତ୍ରୀ ଙ୍କ ଦରମା ଓ ଭତ୍ତା ବୃଦ୍ଧିକୁ ସ୍ଥିଗତ ରଖାଯାଉ ବୋଲି ଜୟପୁର ଉପ ଜିଲାପାଳ ଙ୍କ କାଯ୍ୟାଳୟ ଜରିଆରେ ଆଜି ଦିନ 12ଟା 30 ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ସରକାର ଙ୍କ ନିଷ୍ପତ୍ତି ଅନୁସାରେ ବିଧାୟକ ଓ ମନ୍ତ୍ରୀଙ୍କ ଦରମା , ଭତ୍ତା ୩ ଗୁଣ ବୃଦ୍ଧି ହେବା ବିଷୟ ସମଗ୍ର ଜନ ସାଧାରଣ ଯୁକ୍ତି ଯୁକ୍ତ ମନେ କରୁ ନାହଁନ୍ତି । ଏହାକୁ ସ୍ଥଗିତ କରା ଯାଇ କିଛି ପରିମାଣରେ ବୃଦ୍ଧି କରାଯାଇ ଅବଶିଷ୍ଟ ଜନ ସାଧାରଣଙ୍କ ହିତରେ ଲଗାଇବାକୁ ଅନୁରୋଧ କରାଯାଇଛି । ସମାଜସେବି ବି ହରି ରାଓ ସହ ଗ୍ରାମବାସୀ ମାନେ ଦାବି ପତ୍ର ପ୍ରଦାନକରିଛନ୍ତି l