ରିଆମାଳ ଥାନା ଟିଙ୍କବୀର ଗ୍ରାମର ନିଖୋଜ ଜିତେନ୍ଦ୍ରିୟ ସାହୁ ବିଶାଖାପାଟଣା ରେଳ ଷ୍ଟେସନରୁ ଉଦ୍ଧାର ହୋଇଥିବା ବେଳେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ ଟାରେ ପୋଲିସ ସହାୟତାରେ ନିଜ ଘରକୁ ଫେରିଛନ୍ତି । ଜିତେନ୍ଦ୍ରିୟ ଚୌଦ୍ୱାର ଥାନା ଅନ୍ତର୍ଗତ ଇମ୍ଫାରେ କେୟାର ସିକ୍ୟୁରିଟି ଆଲାଏଡ ସର୍ଭିସ ସଂସ୍ଥାର ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ । ଇମ୍ଫାରୁ ଏକ ଟ୍ରକ ଯୋଗେ ସେ ଭାଇଜାଗ ଯାଇଥିବା ବେଳେ ଗତ ୧୬ ତାରିଖରୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋଙ୍କ ସହିତ କୌଣସି ଯୋଗାଯୋଗ ହୋଇନଥିବା ବେଳେ ପରିବାର ଲୋକ ବ୍ୟସ୍ତ ବିବ୍ରତ ହୋଇପଡିଥିଲେ ।