ଆଜି ତାରିଖ 28/10/2024 ସମୟ ଏଗାରଟା ବେଳେ କନ୍ଧମାଳ ଜିଲ୍ଲାର ସମସ୍ତ 108 କର୍ମଚାରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟାର ସମାଧାନ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦୁଇ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ସେବା ବନ୍ଦ କରି ରାଜରାସ୍ତାକୁ ଓଲ୍ହେଇବାକୁ ଚେତାବନୀ ମଧ୍ୟ ଦେଇଛନ୍ତି।