ଦେବଗଡ ପୁରୁଣା ଡାକ୍ତରଖାନାରେ ୨୪ ଘଂଟିଆ ସ୍ୱାସ୍ଥ୍ୟସେବା ଦାବିରେ ଜନ ଆନ୍ଦୋଳନ ଦିନକୁ ଦିନ ତିବ୍ରତର ହେଉଛି । ଦେବଗଡ ଜିଲ୍ଲା ଯୁବ ଏକତା ମଂଚ ଆହ୍ୱାନ କ୍ରମେ ଆନ୍ଦୋଳନରେ ବିଭିନ୍ନ ସଙ୍ଗଠନ, ରାଜନୈତିକ ଦଳ ସମେତ ବିଜେଡିରୁ ପ୍ରତିନିଧିତ୍ୱ କରୁଥିବା ଦେବଗଡ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ଦୃଢ ସମର୍ଥନ ଜଣାଇ ଆସୁଛନ୍ତି । ତେବେ ଉକ୍ତ ପ୍ରସଙ୍ଗ ନେଇ ଦେବଗଡ ଜିଲ୍ଲା ବିଜେପି ପକ୍ଷରୁ ପୁରୁଣାଗଡ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।