ସମ୍ବଲପୁର ମ୍ୟୁନିସିପାଲଟି: ସ୍ବଚ୍ଛତା ହି ସେବା ଅଭିଯାନରେ ମହାନଗର ନିଗମ ଅଧିକାରୀମାନେ କମିଶନରଙ୍କ ନେତୃତ୍ୱରେ ସ୍ୱାଦ ଗଳିରେ କଲେ ସ୍ବଚ୍ଛତା ସଚେତନ
ସ୍ବଚ୍ଛତା ହି ସେବା ଅଭିଯାନ ଅନ୍ତର୍ଗତ ସମ୍ବଲପୁର ମହାନଗର ନିଗମ ଅଧିକାରୀମାନେ କମିଶନରଙ୍କ ନେତୃତ୍ୱରେ ସ୍ୱାଦ ଗଳିରେ ସ୍ବଚ୍ଛତା ସଚେତନତା ଅଭିଯାନ କରିଛନ୍ତି । ଆଜି ରାତି ପ୍ରାୟ 9 ଟା ସମୟରେ ପ୍ରତ୍ୟେକ ଷ୍ଟଲକୁ ପରିଦର୍ଶନ କରାଯାଇ ତାଜା ଓ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦାନ, ଆବର୍ଜନା ନପକାଇବା, ପାଖପାଖି ୫ ମିଟର ଅଞ୍ଚଳକୁ ସଫା ରଖିବା ଓ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ ଏବଂ କାଗଜ କପ୍ ବ୍ୟବହାର ପ୍ରତିବନ୍ଧ ବିଷୟରେ ସଚେତନ କରାଯାଇଥିଲା । ଏହି ଅଭିଯାନ ସମୟରେ କିଛି ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ ଜବତ କରାଗଲା ଓ ନିୟମ ଉଲ୍ଲଂଘନ କରୁଥିବା ଷ୍ଟଲମାନଙ୍କୁ ଜରିମାନା ମଧ୍ୟ କରାଯାଇଥିଲା ।