କେନ୍ଦୁଝର ସହର: ଡୁମୁରିଆ ଠାରେ ନିଆଁରେ ସେକି ହେଉଥିବା ବେଳେ ୨ୟ ଶ୍ରେଣୀ ଛାତ୍ରୀ ସାର୍ଟରେ ଲାଗିଲା ନିଆଁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ଜଣେ ଦ୍ଵିତୀୟ ଶ୍ରେଣୀର ଛାତ୍ରୀ ନିଆଁ ସେକି ହେଉଥିବା ବେଳେ ଡ୍ରେସ ରେ ନିଆଁ ଲାଗି ଯିବାରୁ ଗୁରୁତର ହୋଇଛନ୍ତି।ଶିକ୍ଷକ ମାନଙ୍କ ଦାଇତ୍ଵ ହୀନତା ଯୋଗୁଁ ଏପରି ଘଟଣା ଘଟିଥିବା ଜଣାପଡ଼ିଛି।ସୂଚନା ଅନୁସାରେ କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହଷ୍ଟେଲ ରେ ରହୁଥିବା ଜଣେ ୨ୟ ଶ୍ରେଣୀ ଛାତ୍ରୀ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁ ନିଆଁ ସେକି ହେଉଥିବା ବେଳେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି ।