ଭୋଗରାଇ: ତାଳସାରି ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗ ଦେଲେ ଭୋଗରାଇ ବିଡ଼ିଓ
ଆନ୍ତର୍ଜାତିକ ବେଳାଭୂମି ସ୍ୱଚ୍ଛତା ଦିବସରେ ପର୍ଯ୍ୟଟକଙ୍କୁ ସଚେତନତା କରିବା ପାଇଁ ହାତରେ ଝାଡୁ ଧରିଲେ ଭୋଗରାଇ ବିଡ଼ିଓ. ବାଲେଶ୍ୱର ଜ଼ିଲ୍ଲା ଭୋଗରାଇ ବ୍ଲକ ଉଦୟପୁର ବେଳାଭୂମିରେ ଏହି ସ୍ୱଚ୍ଛତା ଅଭିଯାନ ପାଇଁ ବିଡ଼ିଓ ସମେତ, ସରପଞ୍ଚ, ସ୍ଥାନୀୟ ଏସଏଚଜି, ବ୍ଲକ କର୍ମଚାରୀଙ୍କୁ ନେଇ ବେଳାଭୂମିରେ ସଫେଇ କରିଛନ୍ତି l ପରିବେଶ କୁ ସୁରକ୍ଷିତ ଏବଂ ସନ୍ତୁଳିତ କରିବା ପାଇଁ ସମୁଦ୍ର ଓ ବେଳାଭୂମି ସ୍ୱଚ୍ଛତା ରହିବା ଅତ୍ୟାବଶକ ଅଟେ. ତେଣୁ ଏହାର ସୁରକ୍ଷା ପାଇଁ ପ୍ରତ୍ୟେକଟି ଜନସାଧାରଣ ବେଳାଭୂମିକୁ ସ୍ୱଚ୍ଛତା ରଖିବା ପାଇଁ ଆବଶ୍ୟକ ବୋଲି କହିଥିଲେ ।