ଜୟପୁର ଶାରଦା ବିହାର ସ୍ଥିତ ସରସ୍ୱତି ଶିଶୁ ବିଦ୍ୟା ମନ୍ଦିର ପରିସରରେ କୋରାପୁଟ ଜିଲା ଆୟୁବେଦ ବିକାଶ ପରିଷଦ ଜୟପୁର ତରଫରୁ ଆୟୁବେଦ ମଗାଣା ସ୍ୱସ୍ଥ୍ୟ ଶିବିର ଆଜି ଅପରାହ୍ନ 1 ଘଣ୍ଟା ସମୟରେ ଅନୁଷ୍ଟିତ ହୋଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ୩ ଶହ ଶିଶୁଙ୍କୁ ଡିଗ୍ରିଧାରି ଚିକିତ୍ସକ ମାନଙ୍କ ଦ୍ୱାରା ଚିକିତ୍ସା କରାଯାଇ ମାଗାଣା ଔଷଧ ବଣ୍ଟନ କରାଯାଇଥିଲା । ଏହି ଶିବିରରେ ଡାକ୍ତର ସୁଦର୍ଶନ ଗୌଡ, କବିରାଜ ପରମେଶ୍ୱର ପାତ୍ର, ଲିଲୁ ପାତ୍ର, ଡାକ୍ତର ଶ୍ରୀକାନ୍ତ ପାତ୍ର ଉପସ୍ଥିତ ଥିଲେ । ବିଦ୍ୟାମନ୍ଦିରର ପ୍ରଧାନ ଆଚାଯ୍ୟ ସତ୍ୟ ନାରାୟଣ ସେଠୀ ଓ ଦିଲିପ କୁମାର ଶତପଥି ସହଯୋଗ କରିଥିଲେ l