ଧରାକୋଟ: ପୋଡ଼ାପଲ୍ଲୀ ଋଷିକୁଲ୍ୟା ନଦୀ ରେ ଭାସିଯାଇ ଯୁବକ ନିଖୋଜ
ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ପଞ୍ଚାୟତ ଅନ୍ତର୍ଗତ ପୋଡ଼ାପଲି ଗ୍ରାମ ନିକଟ ଋଷୁକୂଲ୍ୟା ନଦୀ ରେ ଭାସିଯାଇ ନାବାଳକ ନିଖୋଜ ହୋଇଛନ୍ତି l ନିଖୋଜ ନାବାଳକ ପୋଡ଼ାପଲ୍ଲୀ ଗ୍ରାମର ବୁଲୁ ପ୍ରଧାନ ଙ୍କ 17 ବର୍ଷ ର ପୁଅ ଶୁଭମ କୁମାର ପ୍ରଧାନ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ଶୁଭମ ଆଜି ଗାଁ ନିକଟରେ ପ୍ରବାହିତ ହେଉଥିବା ଋଷିକୁଲ୍ୟା ନଦୀକୁ ସକାଳ ସମୟରେ ଗାଧୋଇବାକୁ ଯାଇଥିବା ବେଳେ ସେ ନଈରେ ଭାସି ଯାଇଥିଲେ।