ବରଗଡ: ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆସ ସ୍କୁଲ ଯିବା ସଚେତନତା ରାଲି ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଲା ଅନୁଷ୍ଠିତ
ବୁଧବାର ଦିବା 11 ଘଣ୍ଟା ସମୟରେ ବରଗଡ଼ର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବରଗଡ ଠାରେ ଆୟୋଜିତ ଆସ ସ୍କୁଲ ଯିବା ସଚେତନତା ରାଲି ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମରେ ଓଡିଶା ଅଭିଭାବକ ମହାସଂଘ ବରଗଡ଼ ଜିଲ୍ଲାର ସଭାପତି ବିମଳ କୁମାର ଦାଶ ସମ୍ମାନିତ ଅତିଥି ଓ ଅସିତ କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ | ଏହି ଅବସରରେ ବରଗଡ ଟାଉନ ଥାନା ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଗଛ ଲଗାଇ ସବୁଜ ଓ ସୁସ୍ଥ ପରିବେଶର ବାର୍ତ୍ତା ଦେଇଥିଲେ ।