ଆଜି ପ୍ରାର୍ଥୀ ପତ୍ର ଦାଖଲର ଷଷ୍ଠ ଦିନରେ ଢେଙ୍କାନାଳ ବିଧାନସଭା ପାଇଁ ୨ଜଣ ସ୍ୱାଧୀନ ପ୍ରାର୍ଥୀ ଭାବରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ସ୍ୱାଧୀନ ଲୋକସଭା ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ଢେଙ୍କାନାଳ ବିଧାନସଭା ପାଇଁ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବରେ ବିକାଶ ନାୟକ ଓ ଉତ୍ତମ ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଳଚେର ଅଞ୍ଚଳର ଯୁବ ଆଇନ ଜିବି ଜନାର୍ଦନ ନାୟକ ସ୍ୱାଧୀନ ଲୋକସଭା ପ୍ରାର୍ଥୀ ଭାବରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି |