ସମ୍ବଲପୁର ମ୍ୟୁନିସିପାଲଟି: ମ୍ବଲପୁର ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ରାତ୍ରିରେ ପାଦଚଲା ପେଟ୍ରୋଲିଙ୍ଗ ଜାରି, ସୂଚନା ଦେଲେ ଅତିରିକ୍ତ ଏସପି
ପର୍ବପର୍ବାଣୀ ଋତୁ ଆରମ୍ଭ ସହିତ ସମ୍ବଲପୁର ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ରାତ୍ରିରେ ପାଦଚଲା ପେଟ୍ରୋଲିଙ୍ଗକୁ ତିବ୍ର କରାଯାଇଛି। ଏହାର ଲକ୍ଷ୍ୟ ହେଉଛି ପୁଲିସର ସକ୍ରିୟ ଉପସ୍ଥିତିକୁ ଅଧିକ ସ୍ପଷ୍ଟ କରିବା, ସମାଜ ବିରୋଧୀ ତତ୍ୱମାନଙ୍କୁ ରୋକିବା ସହିତ ସାଧାରଣ ନାଗରିକଙ୍କ ପାଇଁ ରାତ୍ରିରେ ଶାନ୍ତି ଓ ସୁରକ୍ଷା ସୁନିଶ୍ଚିତ କରିବା। ପୁଲିସ ପକ୍ଷରୁ କୁହାଯାଇଛି ଯେ, ଏହି ପଦକ୍ଷେପଗୁଡ଼ିକ ଆଇନ ଶୃଙ୍ଖଳା ରକ୍ଷାର ଏକ ଅଂଶ ଭାବେ ନିଆଯାଇଛି। ପର୍ବପର୍ବାଣୀ ସମୟରେ ସମାଜରେ ଲୋକମାନେ ନିର୍ଭୟରେ ଉତ୍ସବ ପାଳନ କରିପାରିବେ ବୋଲି ପୁଲିସ ପକ୍ଷରୁ ଆଜି ରାତି 10 ଟା ରେ ଅତିରିକ୍ତ ଏସପ