ବସକୁ ପଛ ପଟୁ ପିଟିଲା ଟ୍ରକ | ବସରେ ଥିବା ୬ ଜଣ ଯାତ୍ରୀ ଗୁରୁତର ଆହତ | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆହତଙ୍କୁ ନେଲା ଗ୍ରାମାଞ୍ଚଳ ପୋଲିସ | ଶୁକ୍ରବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ସୂଚନା ଦେଲା ଗ୍ରାମାଞ୍ଚଳ ପୋଲିସ | ସୂଚନା ଅନୁସାରେ ଗତକାଲି ଗ୍ରାମାଞ୍ଚଳ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବରାହଗୋଡ଼ା ଛକରେ ୟୁଟର୍ନ କରୁଥିବା ଘରୋଇ ବସକୁ ପଛ ପଟୁ ଆସୁଥିବା ଏକ ଟ୍ରକ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ଫଳରେ ବସ ରେ ଥିବା ୬ ଜଣ ଯାତ୍ରୀ ଗୁରୁତର ହୋଇଥିଲେ | ତେବେ ଏନେଇ ଗ୍ରାମାଞ୍ଚଳ ଥାନା ପକ୍ଷରୁ ଏକ କେଶ ରୁଜୁ କରାଯାଇଛି | ଏନେଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି |