ଝାରସୁଗୁଡା: କୋଇଲି ଘୁଘରରେ ଅର୍ଦ୍ଧ ନିର୍ମିତ କଲ୍ୟାଣ ମଣ୍ଡପ ର ସଂପୂର୍ଣ୍ଣି କରଣ ପାଇଁ ରାଜସ୍ୱ ମନ୍ତ୍ରୀ ଙ୍କୁ ଦାବିପତ୍ର
ଝାରସୁଗୁଡା ଜିଲ୍ଲା କୋଇଲି ଘୁଘର ରେ ଅର୍ଦ୍ଧ ନିର୍ମିତ କଲ୍ୟାଣ ମଣ୍ଡପ ର ସଂପୂର୍ଣ୍ଣି କରଣ ପାଇଁ ରାଜସ୍ୱ ମନ୍ତ୍ରୀ ଙ୍କୁ ଦାବିପତ୍ର ଦେଲେ ସ୍ଥାନୀୟ ଲୋକେ l ଆଜି ମଙ୍ଗଳବାର ଅପରାହ୍ନ ପ୍ରାୟ ୪ ଟା ରେ କୁରେମାଲ ଆଇବି ରେ ରାଜସ୍ୱ ମନ୍ତ୍ରୀ ଙ୍କୁ ଏକ ସ୍ଥାନୀୟ ପ୍ରତିନିଧି ମଣ୍ଡଳ ସାକ୍ଷାତ କରି ଏହି ଅର୍ଦ୍ଧ ନିର୍ମିତ କଲ୍ୟାଣ ମଣ୍ଡପ କୁ ସମ୍ପୂର୍ଣ କରିବାସହ ଏକ ଶୌଚାଳୟ ନିର୍ମାଣ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି l ରାଜସ୍ୱ ମନ୍ତ୍ରୀ ଉଭୟ କାର୍ଯ୍ୟକୁ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି l