ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତାଲେରା ଛକ ନିକଟରେ ଆଜି ସକାଳେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଓଡି ୦୨ ସିଏଲ ୬୨୭୬ ନମ୍ବର ବିଶିଷ୍ଟ ଏକ କାର ବଡମ୍ବାରୁ ବିରମହାରାଜପୁର ଅଭିମୁଖେ ଯାଉଥିବା ବେଳେ ତାଲେରା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ ଠାକୁରାଣୀ ପୀଠରେ ଧକ୍କା ଦେଇଥିଲା। ଫଳରେ କାରର ସମ୍ମୁଖ ଭାଗ ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ଗାଡ଼ିରେ ଥିବା ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ମଧ୍ୟଖଣ୍ଡ, ଦଶପଲ୍ଲା ପରେ ନୟାଗଡ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।