କଟକ ପୌରାଞ୍ଚଳ: ବୈଦେଶ୍ୱର ଥାନା ଅନ୍ତର୍ଗତ କରଡାପଲ୍ଲୀ ଓ ଖଜୁରିଆପଦା ଗ୍ରାମରେ ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ଦେଶୀ ମଦ ଜବତ ସହ ଗୁଡପୋଚ୍ ନଷ୍ଟ
କଟକ ଜିଲ୍ଲା ବୈଦେଶ୍ୱର ଥାନା ଅନ୍ତର୍ଗତ କରଡାପଲ୍ଲୀ ଓ ଖଜୁରିଆପଦା ଗ୍ରାମରେ ଅବକାରୀ ବିଭାଗର ଚଢାଉ କରି ବିପୁଳ ପରିମାଣର ଦେଶୀ ମଦ ଜବତ ସହ ଗୁଡପୋଚ୍ ନଷ୍ଟ କରାଯାଇଛି। ସୋମବାର ସନ୍ଧ୍ୟା ୫ ଟା ସମୟରେ ଏହି ଚଢାଉ କରାଯାଇଥିଲା। ଏହି ଚଢାଉରେ ୪୫୦ ଲିଟର ଦେଶୀ ମଦ ସହ ୪୦୦୦ ହଜାର ଲିଟର ଗୁଡପୋଚ୍ ନଷ୍ଟ କରାଯାଇଛି। ଏହା ସହିତ ୨ ଟି ମାମଲା ମଧ୍ୟ ରୁଜୁ କରିଛି ଅବକାରୀ ବିଭାଗ।