ଲାଞ୍ଜିଗଡ: ମୁଷାନାଲ ଠାରେ ନୂତନ ବ୍ଲକ୍ ଗଠନ ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର
ସୋମବାର ଅପରାହ୍ନରେ ଲାଞ୍ଜିଗଡ଼ ବ୍ଲକ୍ ଅଧୀନସ୍ଥ ମୁଷାନାଲ ଠାରେ ନୂତନ ବ୍ଲକ୍ ଗଠନ ପାଇଁ ଜିଲ୍ଲାପାଳ ପାଓ୍ବାର ସଚୀନ ପ୍ରକାଶ ଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ବ୍ଲକର ୨୬ ଗୋଟି ପଞ୍ଚାୟତ ମଧ୍ୟରୁ ୧୩ ଗୋଟି ପଞ୍ଚାୟତ ଉପାନ୍ତ ଅଞ୍ଚଳ । ଏହି ସମସ୍ତ ପଞ୍ଚାୟତ ବ୍ଲକ୍ ମୁଖ୍ୟାଳୟ ଠାରୁ ୪୫ରୁ୬୫ କିଲୋମିଟର ଦୂରରେ। ଏହି ସମସ୍ତ ପଞ୍ଚାୟତର ମଧ୍ୟବର୍ତ୍ତୀ ସ୍ଥାନ ମୁଷାନାଲ। ତେଣୁ ମୁଷାନାଲ ଠାରେ ଏକ ବ୍ଲକ୍ ଗଠନ ହେଲେ ଅଞ୍ଚଳବାସୀ ଉପକୃତ ହେବେ।