ଝାରସୁଗୁଡା: ବେଲପାହାଡରେ ଇକୋ କ୍ଲବ ପାଳନ କଲା ବିଶ୍ଵ ଓଜୋନ ଦିବସ
ଝାରସୁଗୁଡା ଜିଲ୍ଲା ବେଲପାହାଡରେ ଇକୋ କ୍ଲବ ପାଳନ କଲା ବିଶ୍ଵ ଓଜୋନ ଦିବସ l ସେପ୍ଟେମ୍ବର ୧୬ କୁ ବିଶ୍ଵ ଓଜୋନ ଦିବସ ରୁପେ ପାଳନ କରାଯାଏ। ଓଜୋନ ଦିବସ ଯାହା ପୃଥିବୀରେ ଜୀବନକୁ ସୁରକ୍ଷା ଦେବାରେ ଓଜୋନ୍ ସ୍ତରର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ଉତ୍ସର୍ଗୀକୃତ ଏକ ଦିବସ।ଏହି ପରିପ୍ରେକ୍ଷୀ ରେ ମଙ୍ଗଳବାର ଦିନ ପୂର୍ବାହ୍ନ ୧୧ ଟା ରେ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟ ର ଇକୋ କ୍ଲବ ଦ୍ୱାରା ବିଶ୍ବ ଓଜୋନ ଦିବସ ପାଳନ କରାଯାଇଛି। ଇକୋ କ୍ଲବ ଇନଚାର୍ଜ ଶିକ୍ଷକ ହମିଦ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।