ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁରୀ ଲୋକ ସଙ୍ଗୀତର ଲୋକପ୍ରୀୟ ଗାୟକ ଫକୀର ପଟନାୟକଙ୍କ ପୂଣ୍ୟତିଥିରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ
ସମ୍ବଲପୁରୀ ଲୋକ ସଙ୍ଗୀତର ସର୍ବାଧିକ ଲୋକପ୍ରୀୟ ଗାୟକ ଫକୀର ପଟନାୟକଙ୍କ ପୂଣ୍ୟତିଥିରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ରବିବାର ଶ୍ରଦ୍ଧାଞ୍ଜଲୀ ଅର୍ପଣ କରାଯାଇଛି । ବରିଷ୍ଠ ସଦସ୍ୟ ଡ. ସ୍ବୟଂପ୍ରକାଶ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଫକୀର ପଟନାୟକଙ୍କ ସ୍ମୃତିର ସୁରକ୍ଷା ପାଇଁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ପଦକ୍ଷେପ ଗ୍ରହଣ କରିବା ଉପରେ ଏହି ଅବସରରେ ମଞ୍ଚର ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ । ସମ୍ବଲପୁରୀ ଭାଷାରେ ଅନେକ ଲୋକପ୍ରୀୟ ଗୀତ ବିଶ୍ୱ ସ୍ତରରେ ପ୍ରତିଷ୍ଠିତ ହୋଇପାରିିଛି । ତେବେ ଫକିର ପଟନାୟକ ଗୀତ ମାଧ୍ୟମରେ ସମ୍ବଲପୁରୀ ଲୋକ ସଂସ୍କୃତ