ରବିବାର ବୌଦ୍ଧ ବ୍ଲକ ଜୁରାମୁଣ୍ଡା ଖେଳ ପଡିଆ ଠାରେ ଜୁରାମୁଣ୍ଡା କପ୍ 2025 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି l ଉକ୍ତ ଟୁର୍ଣ୍ଣାମେଣ୍ଟରେ 16 ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ | ଆଜି ଫାଇନାଲ ମ୍ୟାଚ ଡ୍ରିମ ଇଲେଭେନ୍ ସୋନପୁର ଓ ଡି. କେ ଚାଲେଞ୍ଜର୍ ବଲାଙ୍ଗୀର ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଡ୍ରିମ୍ ଇଲେଭେନ୍ ସୋନପୁର 10 ଉଇକେଟରେ ବିଜୟ ଲାଭ କରି ଚାମ୍ପିଆନ ହୋଇଥିଲା | ମୁଖ୍ୟ ଅତିଥି ଭାବରେ ବୌଦ୍ଧ ସଦର ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଅନୀଲ୍ କୁମାର ପ୍ରଧାନ ଯୋଗ ଦେଇଥିଲେ |