ନୂଆଗାଁ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି।ଲିମଡା ଗ୍ରାମପଞ୍ଚାୟତର ସରପଞ୍ଚ ମିନତି ତିଗ୍ଗାଙ୍କ ଉପସ୍ଥିତିରେ ଲିମଡା ଗ୍ରାମପଞ୍ଚାୟରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ଏଥିରେ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।ଏଥିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ପଞ୍ଚାୟତସ୍ତରୀୟ ବିଭିନ୍ନ ଯୋଜନା ଗୁଡିକ ଉପରେ ଆଲୋଚନା କରାଯାଇଥିଲା।ଉପସ୍ଥିତ ଗ୍ରାମର ଗ୍ରାମବାସୀମାନେ ବିଭିନ୍ନ ସମସ୍ୟାର ଉପସ୍ଥାପନ କରିଥିଲେ।