ଭୋଗରାଇ: ତାଳସାରିରେ ଜୁଆର ମାଡ଼ରେ ଶୌଚାଳୟ ଓ ଦୋକାନ ଘର ସମୁଦ୍ର ଗର୍ଭରେ ଲୀନ ,ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିକ୍ରିୟା
ଜୁଆର ମାଡ଼ରେ ଭାଙ୍ଗି ଗଲା ୧୦ ଟି ଶୌଚାଳ ଓ ତିନି ଟି କଂକ୍ରିଟ କେବିନ । ବିପଦରେ ତାଳସାରି ମତ୍ସ୍ୟ ଅବତରଣ କେନ୍ଦ୍ର । ଭୋଗରାଇ ତାଳସାରି ବେଳାଭୂମିରେ ଗତକାଲି ରାତିରେ ଉଚ୍ଚ ଜୁଆର ହୋଇ ଥିବା ବେଳେ ଜୁଆର ମାଡ଼ରେ ଭାଙ୍ଗି ଚୁରମାର ହୋଇ ଯାଇଛି ଗଙ୍ଗାମାତା ସୋସାଇଟି ପକ୍ଷରୁ ନିର୍ମାଣ ହୋଇଥିବା ଶୌଚାଳୟ ଓ ସ୍ଥାନୀୟ ଲୋକ ଦୋକାନ କରି ପେଟ ପୋଷୁଥିବା ବେଳେ ୩ ଟି ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି ।