ଜମନକିରା: ଲେପେଇକାଣି ଖଜୁରୀ ବନ୍ଧକଟା ରେ ମାଛ ଚାଷ ପାଇଁ ବାରଣ କଲେ ସ୍ଥାନୀୟ ସରପଞ୍ଚ, କୁଚିଣ୍ଡା ଉପଜିଲ୍ଲାପାଳ ଙ୍କ ଅଫିସ ରେ ଅଭିଯୋଗ
ଡ଼ିମିରିମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଲେପେଇକାଣି ଖଜୁରୀ ବନ୍ଧକଟା ପୋଖରୀ ପାଇଁ ନିଲାମ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନିୟମ ଅନୁସାରେ ଟଙ୍କା ପୈଠ କରି ଉକ୍ତ ପୋଖରୀ କୁ ମାଛ ଚାଷ ପାଇଁ ନେଇ ଥିଲେ। ମାତ୍ର ବର୍ତ୍ତମାନ ସ୍ଥାନୀୟ ସରପଞ୍ଚ ମହିଳା ମାନକୁ ମାଛ ଚାଷ କରିବା ପାଇଁ ବାରଣ କରୁଥିବା ସେମାନେ ଶନିବାର ଅପରାହ୍ନ ୪ ଟା ସମୟରେ ଅଭିଯୋଗ ଜଣାଇଛନ୍ତି।