ଭଦ୍ରକ ଗ୍ରାମାଞ୍ଚଳ: ନ୍ୟାୟ ପାଇଁ କାର୍ଯ୍ୟାଳୟରେ ଏସପିଙ୍କୁ ଭେଟିଲେ ବାଉଦପୁରର ଏକ ପରିବାର
ଵାଉଦପୁରର ପରିବାର ନ୍ୟାୟ ପାଇଁ ଭଦ୍ରକ ଏସପିଙ୍କ ଦ୍ବାରସ୍ଥ ହେଲେ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଵାଉଦପୁରର ଗ୍ରାମର ଅଶୋକ ଜେନାଙ୍କ ପରିବାର ନ୍ୟାୟ ଭଦ୍ରକ ଏସପିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ନ୍ୟାୟ ଭିକ୍ଷା ସହ ଜୀବନ ପ୍ରତି ବିପଦ ଥିବା କଥା ଜଣାଇଛନ୍ତି। ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଗ୍ରାମର କିଛି ଅସମାଜିକ ଯୁବକ ତାଙ୍କ ପରିବାରକୁ ଅନେକ ସମୟରେ ଗାଳି ଗୁଲଜ କରନ୍ତି। ଗତ ୭ ତାରିଖ ଦିନ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏଥିପାଇଁ ଘର ସହ ଅନେକ ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି। ଏଣୁ ନ୍ୟାୟ ପାଇଁ ଆଜି ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି।