ଦେବଗଡ ପୁରୁଣା ଡାକ୍ତରଖାନାରେ ୨୪ ଘଂଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି ହେଉଛି । ଉକ୍ତ ଦାବି ପାଇଁ ଦେବଗଡ ଜିଲ୍ଲା ଯୁବ ଏକତା ମଂଚ ଆହ୍ୱାନ କ୍ରମେ ଆଜି ସନ୍ଧ୍ୟା ୫ ରୁ ୭.୩୦ ପର୍ଯ୍ୟନ୍ତ ଦେବଗଡ ଗୋପାଳଜୀଉ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକରେ ଶତାଧିକ ଲୋକ ସାମିଲ ହୋଇଥିବା ବେଳେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ତିବ୍ରତର ହେବ ବୋଲି ଆଲୋଚନା କରାଯାଇଥିଲା । ଏଥିସହ ଆନ୍ଦୋଳନ ପାଇଁ ଜିଲ୍ଲା ଯୁବ ଏକତା ମଂଚ ପକ୍ଷରୁ ଏକ ଷ୍ଟିୟରିଂ କମିଟୀ ଗଠନ କରିବାକୁ ନିଷ୍ପତି ନିଆଯାଇଥିଲା ।