ଆନନ୍ଦପୁର: କରଗୋଳା ଘାଟରେ ବେଆଇନ ବାଲି ଉତ୍ତୋଳନ ବନ୍ଦ ପାଇଁ ଟ୍ରେଞ୍ଚ ଖୋଳିଲା ପ୍ରଶାସନ
ହାଟଡିହି ତହସିଲ ଅଧୀନସ୍ଥ କରଗୋଳା ଗାଁ ନିକଟ ବୈତରଣୀ ବାଲି ଶଯ୍ୟାରୁ ବେଆଇନ ବାଲି ଚାଲାଣକୁ ବିରୋଧ କରି ଗ୍ରାମବାସୀ ମାନେ ଧାରଣାରେ ବସିବା ପରେ ବେଆଇନ ବାଲି ଉତ୍ତୋଳନ ବନ୍ଦ ପାଇଁ ଟ୍ରେଞ୍ଚ ଖୋଳିଛି ପ୍ରଶାସନ । ଜିଲ୍ଲା ଖଣି ବିଭାଗ ଅଧିକାରୀ, ଆନନ୍ଦପୁର ଏସଡିପିଓ, ହାଟଡ଼ିହି ତହସିଲଦାର, ନନ୍ଦିପଦା ଥାନା ଆଇଆଇ ସି ପ୍ରମୁଖ ଆଜି ଅପରାହ୍ଣ୫ଟା ପର୍ଯ୍ୟନ୍ତ ଉପସ୍ଥିତ ରହି ତିନିଟି ସ୍ଥାନରେ ଟ୍ରେଞ୍ଚ ଖୋଳିଛନ୍ତି।