ଅନୁଗୁଳ ଜିଲ୍ଲା ବାମୁର ଠାରେ ଆସନ୍ତା ୨୮ ତାରିଖ ରାଜ୍ୟ ସ୍ତରୀୟ ଚଷା ମହା ସମାବେଶ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରତି ଜିଲ୍ଲାରୁ ମଶାଲ ଶୋଭାଯାତ୍ରା କରାଯାଉଛି । ଏହି କ୍ରମରେ ଦବେଗଡ ଜିଲ୍ଲାରୁ ଶୁକ୍ରବାର ଏକ ମଶାଲ ଶୋଭାଯାତ୍ରା ବାହାରିଛି । ରିଆମାଳ ବ୍ଲକ ଧରମପୁର ସ୍ଥିତ ଆଠପଡ଼ା ମା ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ରଥ ଦ୍ଵାରା ମଶାଲକୁ ରିଆମାଳ ଗ୍ରାମ ଦେଇ ଶିବ ମନ୍ଦିର ପର୍ୟ୍ୟନ୍ତ ଶୋଭାଯାତ୍ରା କରାଯାଇ ଥିଲା।