ବରଗଡ଼ ହାଟପଦା ୱାର୍ଡ ନମ୍ବର 12 ଜୟଶ୍ରୀ କ୍ଲବ ପକ୍ଷରୁ ସାର୍ବଜନୀନ ମା ଶ୍ୟାମାକାଲିଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି | ଗୁରୁବାର ସନ୍ଧ୍ୟା 7 ଘଣ୍ଟା ସମୟରେ ଯୁଗାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ସକାଳୁ ସୂର୍ଯ୍ୟ ପୂଜା, ଗୋ ପୂଜା, ସହ ମାଙ୍କ ପୂଜା କରାଯାଇଛି | ଆସନ୍ତା କାଲି ଯଂଜ୍ଞ ଓ ଅନ୍ନ ପ୍ରସାଦ ଭକ୍ତଙ୍କୁ ଦିଆଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି | ଏହି ଅବସରରେ 25 ତାରିଖ ଓ 26 ତାରିଖ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ | ତେବେ ଭକ୍ତ ମାନେ ଯୋଗଦେଇ ମାଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ମନ୍ଦିର କମିଟି ପକ୍ଷରୁ ଜଣାଯାଇଛି |