ଭବାନୀପାଟଣା ସ୍ଥିତ ପର୍ଯ୍ୟବେକ୍ଷଣ ଗୃହ ଏବଂ ସ୍ବତନ୍ତ୍ର ଗୁହ ଠାରେ ଜିଲ୍ଲା ଆଇନ ସେବା ପ୍ରାକରଣ ସଚିବ ସ୍ନିଗଧା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆଜି ସକାଳ 11ଟା ସମୟରେ ମାନବାଧିକାର ଦିବସ ପାଳନ ହୋଇଥିଲା । ମାନବାଧିକାର ଦିବସର ବିଷୟବସ୍ତୁ ହେଉଛି ସମସ୍ତଙ୍କ ପାଇଁ ସ୍ବାଧୀନତା,ସମାନତା ଏବଂ ନ୍ୟାୟ । ଭାରତୀୟ ସମ୍ବିଧାନରେ ମାନବ ଅଧିକାରକୁ ମୌଳିକ ଅଧିକାର ଭାବରେ ଉଲ୍ଲେଖ କରାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ମାନବ ଅଧିକାର ରେ ସ୍ବାସ୍ଥ୍ୟ, ଅର୍ଥନୈତିକ, ସାମାଜିକ ଏବଂ ଶିକ୍ଷାର ଅଧିକାର ମଧ୍ୟ ଅନ୍ତର୍ଭୁକ୍ତ ଅଛି ବୋଲି ସଚେତନ କରାଯାଇଥିଲା ।