ତିର୍ତ୍ତୋଲ: ଜଇପୁର ଗ୍ରାମରେ ବାପ ଘରେ ରହୁଥିବା ରଶ୍ମିତା ଦାସଙ୍କୁ ତାଙ୍କ ସ୍ବାମୀ ମାରପିଟ କରିଥିବା ନେଇ ଥାନାରେ ଅଭିଯୋଗ
ତିର୍ତ୍ତୋଲ ଥାନା ଅନ୍ତର୍ଗତ ଛପଡା ପଞ୍ଚାୟତ ଜଇପୁର ଗ୍ରାମରେ ବାପ ଘରେ ରହୁଥିବା ରଶ୍ମିତା ଦାସଙ୍କୁ ତାଙ୍କ ସ୍ବାମୀ ନରେନ୍ଦ୍ର ମାରପିଟ କରିଥିବା ନେଇ ଆଜି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ସ୍ବାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ରଶ୍ମିତା ବାପ ଘରେ ଆସି ଆଶ୍ରୟ ନେଇଛନ୍ତି। ଆଜି ତାଙ୍କ ସ୍ବାମୀ ସେଠାରେ ପହଞ୍ଚି ତାଙ୍କୁ ସାଙ୍ଗରେ ଯିବାକୁ କହିଥିଲେ ଏଥିରେ ସେ ରାଜି ନହେବାରୁ ତାଙ୍କୁ ମାରପିଟ କରିଥିଲେ। ଆହତ ଅବସ୍ଥାରେ ରଶ୍ମିତା ଚିକିତ୍ସିତ ହୋଇ ଥାନାରେ ଏନେଇ ଅଭିଯୋଗ କରିଛନ୍ତି।