ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପଙ୍କ ଅଧ୍ୟକ୍ଷତାରେ ସାମୁହିକ ସାଧାରଣତନ୍ତ୍ର ଦିବସ ପାଳନ ଓ ୧୫୦ ବର୍ଷ ପୂର୍ତି ଅବସରରେ ସାମୁହିକ ବନ୍ଦେ ମାତରଂ ଗାନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ମହାଲି, ସେକ୍ସନ ଅଫିସର ସୁଦର୍ଶନ ରାଉତ, ଏବିଇଓ ଗୋବର୍ଦ୍ଧନ ମାଝୀ, ଜିପିଡିଓ ଯଦୁମଣି ନାଏକ, ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ଶିକ୍ଷାବିତ ବଦ୍ରୀପ୍ରସାଦ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ।