ଝାରସୁଗୁଡା ଜିଲ୍ଲା ବିମାନ ବନ୍ଦର ଥାନା ଅଂଚଳ ରୁ ବେଆଇନ ମଦ ଜବତ କରିବା ସହ ଜଣେ ଅଭିଯୁକ୍ତ କୁ ଗିରଫ କରିଛି ବିମାନ ବନ୍ଦର ଥାନା ପୋଲିସ l ଆଜି ରାତି ୮ ଟା ରେ ଝାରସୁଗୁଡା ଏସପି ଜି ରାଘବେନ୍ଦ୍ର ରେଡ୍ଡୀ ଏନେଇ ସୂଚନା ଦେଇଛନ୍ତି l ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତ ନିକଟରୁ ୩୯ ଟି ବିଭିନ୍ନ ବ୍ରାଣ୍ଡ ର ବିଦେଶୀ ମଦ ବୋତଲ ଏବଂ ୪୦ ଟି ଦେଶୀ ମଦ ପାଉଚ ପୋଲିସ ଜବତ କରିଛି l