ରାଷ୍ଟ୍ରକବି ବଙ୍କିମଚନ୍ଦ୍ର ଚଟୋପାଧ୍ୟାୟଙ୍କ ରଚିତ ରାଷ୍ଟ୍ରପ୍ରେମ ପ୍ରେରଣାଦାୟକ ଗୀତ **“ବନ୍ଦେ ମାତରଂ”**ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଓ ମହାପୁରୁଷ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ “ରାଷ୍ଟ୍ରୀୟ ଯୁବ ଦିବସ” ଅବସରରେ ଲଖନପୁରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ପଶ୍ଚିମ ଓଡ଼ିଶା କଳାକାର ସମିତିର ଆବାହକ ତଥା ଲଖନପୁର ବ୍ଲକ ନାଗରିକ ପରିଷଦର ସଭାପତି ଶ୍ରୀ ପିତାମ୍ବର ମିଶ୍ରଙ୍କ ଆହ୍ବାନ କ୍ରମେ, ଅଦ୍ୟ ତାରିଖ ୧୨-୦୧-୨୦୨୫ (ସୋମବାର) ଦିବା ୧୧ଟା ସମୟରେ ପାଳିତ ହୋଇଯାଇଛି।