ଭଣ୍ଡାରିପୋଖରୀ: ଗୋବିନ୍ଦପୁର ଠାରେ ପଞ୍ଚାୟତ ର ସରପଞ୍ଚ ସୁବାସ ଚନ୍ଦ୍ର ମହାକୁଡ଼ଙ୍କ ଶ୍ରଦ୍ଧାଞ୍ଜଳୀ ସଭା ରେ ଯୋଗଦେଲେ ଭଣ୍ଡାରି ପୋଖରୀ ବିଧାୟକ
ଧାମନଗର ବ୍ଲକ ବିଜୁ ଜନତା ଦଳର ଆଗ ଧାଡିର ସଙ୍ଗଠକ ନେତୃତ୍ବ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ସୁବାସ ଚନ୍ଦ୍ର ମହାକୁଡ଼ ଙ୍କ ଅକାଳ ବିୟୋଗ ଧାମନଗର ପାଇଁ ଏକ ଅପୁରନୀୟ କ୍ଷତି ଆଜି ତାଙ୍କ ବିୟୋଗରେ ଧାମନଗର ବିଜୁ ଜନତା ଦଳ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଥିବା ବେଳେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଯୋଗଦେଇ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳ ପାଇଁ ତାଙ୍କର ବଳିଦାନ ଆଜି ବି ଆମ ମାନଙ୍କ ପାଇଁ ତାଙ୍କୁ ଜୀବିତ କରି ରଖିଛି ବୋଲି ମତପ୍ରକାଶ କରିଛନ୍ତି।