ମାଲକାନଗିରି: ମାଲକାନଗିରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ ରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ
ମାଲକାନଗିରି ଜିଲ୍ଲା ସଦର ମହକୁମାର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଳ ଅଧ୍ୟକ୍ଷତା କରିଥିଲେ। ବୈଠକରେ ସାଂସଦ ବଳଭଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଙ୍କ ସହ ଅନ୍ୟ ଅଧିକାରୀ, ଜିଲ୍ଳା ପରିଷଦ ର ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ। ଜିଲ୍ଲାର ବିଭିନ୍ନଉନ୍ନୟନ ମୂଳକ କାର୍ଯ୍ୟ କୁ ନେଇ ଆଲୋଚନା ଓ ପ୍ରସ୍ତାଵ ପରିତ ହୋଇଥିଲା। ଏହି ବୈଠକ ଅପରାହ୍ନ ରେ ଶେଷ ହୋଇଥିଲା।